‘‘ବନସ୍ତେ ଡାକିଲା ଗଜ। ବରଷକେ ଥରେ ଆସିଛି ରଜ। ଆସିଛି ରଜ ଲୋ ଘେନି ନୂଆ ସଜବାଜ’’ ‘‘ପଣଷ ପାଚିଲା ବନେ। ବନ ପୋଡ଼ିଗଲେ ଦୁନିଆ ଜାଣେ। ଦୁନିଆ ଜାଣେ ଲୋ, ମନ କଥା କିଏ ଜାଣେ।’’ ‘‘ରାଶିରୁ ଛାଡ଼ିଲା ଚୋପା। ଗୋଡ଼ରେ ନାଇଛୁ ସରୁ ଅଳତା, ସରୁ ଅଳତା ଲୋ କାଲି ଯିବୁ କଲିକତା।’’ ‘‘ନଈକୁ ମାଇଲି ଗିଲ। ନଈ ଆରପଟେ ମନ୍ଦାର ଫୁଲ। ମନ୍ଦାର ଫୁଲ ଲୋ ଧୋବଣୀକୁ ନେଲା ଚିଲ।’’ ‘‘ଦୋଳି ଖେଳୁଥିଲି ଝାଙ୍କି। ମଝିଆଁ ଦିଅର ଦେଲେ ତ ଛିଙ୍କି, ଦେଲେ ତ ଛିଙ୍କି ଲୋ ଦୋଳିରୁ ପଡ଼ିଲି ଖସି।’’ ଚଳିତ ରଜରେ ଏହି ଗୀତ ଶୁଣିବାକୁ ମିଳିଛି ରାଜଧାନୀ ଭୁବନେଶ୍ୱରରେ। ପାନ୍ଥ ନିବାସରେ ପାଳନ ହେଉଥିବା ରଜରେ ଦୋଳି ଖେଳି ଜଣେ ମାଉସୀ ଏହି ଗୀତ ଗାଇଥିଲେ। ଏହି ପାରମ୍ପରିକ ରଜ ଗୀତକୁ ଓଡ଼ିଶାଲାଇଭ୍ କ୍ୟାମେରା କଏଦ କରିଥିଲା।
in Art & Culture, Events, Featured